ଜାମ୍ମୁକାଶ୍ମରୀ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା


ଶ୍ରୀନଗର- ଜାମ୍ମୁକାଶ୍ମୀର ଲେଫ୍ଟନାଂଟ ଗଭର୍ଣ୍ଣର ମନୋଜ ସିଂହା ୧୩୫୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ବ୍ୟବସାୟୀଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତ ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି । ସେହିପରି ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍ -ଜଳ ବିଲ ଉପରେ ୫୦ ପ୍ରତିଶତ ଛାଡ ନେଇ ଉପରାଜ୍ୟପାଳ ମଧ୍ୟ ଘୋଷଣା କରିଛନ୍ତି । ଋଣ ନେଇଥିବା ବ୍ୟକ୍ତି ଷ୍ଟାମ୍ପ ଡ୍ୟୁଟିରେ ଛାଡକୁ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୬ ମାସ ପର୍ଯ୍ୟନ୍ତ ବିନା ସର୍ତରେ ବ୍ୟବସାୟୀ ସମ୍ପଦ୍ରାୟଙ୍କୁ ପାଂଚ ପ୍ରତିଶତ ସୁଧ ଦେବାକେୁ ସିହ୍ନା ନିଷ୍ପତି ନେଇଛନ୍ତି । ଏତଦ୍ ବ୍ୟତିତ କ୍ରେଡିଟ କାର୍ଡ ଯୋଜନା ଅନୁଯାୟୀ ହସ୍ତତନ୍ତ ଏବଂ ହସ୍ତଶିଳ୍ପରେ କାର୍ଯ୍ୟ କରୁଥିବା କାରୀଗରିଙ୍କ ପାଇଁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ସେମାନଙ୍କୁ ପାଂଚ ପ୍ରତିଶତ ସୁଧ ସବଭେନ୍ସ ଦିଆଯିବ ।

Comments (0)
Add Comment