ଭୁବନେଶ୍ୱର-  ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ । ଓଡିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ ।  ସେ ୯୯.୯୯ ପ୍ରତିଶତ  ମାର୍କ ରଖି ୩୪ ତମ ସ୍ଥାନ ହାସଲ କରିଛନ୍ତି ।  ମୋଟ ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ।  ଏମାନଙ୍କ ମଧ୍ୟରୁ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ରହିଥିବା ବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନ ୪, ଆନ୍ଧ୍ରପ୍ରଦେଶ ୩, ହରିୟାଣା ୨, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ  ଲେଖାଏ  ପରୀକ୍ଷାର୍ଥୀ  ଭଲ ନମ୍ବର ରଖି ଟପ୍ପର ହୋଇଛନ୍ତି ।  କେନ୍ଦ୍ର ଶିକ୍ଷାମନ୍ତ୍ରୀ  ରମେଶ ପୋଖରିୟାଲ ସମସ୍ତ ଟପ୍ପର ଓ ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି ।