ବିରିୟାନି ଖାଇବାକୁ ଯାଇଥିଲେ, ବାନ୍ତି କଲେ

ଭୁବନେଶ୍ୱର : ଗାଁକୁ ଯିବା ସମୟରେ ଗତ ୨୬ ତାରିଖରେ ପେଟ କାଟୁଥିବା କହି ବସ୍‌ରୁ ଓହ୍ଲାଇ ପଡ଼ିଥିବା ଝରାଫୁଲ ଦିନ ସାରା ନିଜ ବୟଫ୍ରେଣ୍ଡ ରାକେଶଙ୍କ ସହ ଭୁବନେଶ୍ୱରରେ ବୁଲାବୁଲି କରିଥିଲେ। ଏହାପରେ ଉଭୟ ଏୟାରଫିଲ୍ଡ ଥାନା ଅଧୀନ ଏକ ଫାଷ୍ଟ ଫୁଡ ସେଣ୍ଟରକୁ ବିରିୟାନି ଖାଇବାକୁ ଯାଇଥିଲେ। ଆଜି ମିଳିଥିବା ଏକ ସିସିଟିଭି ଫୁଟେଜରୁ ଏପରି ଘଟଣା ସାମନାକୁ ଆସିଛି। ସିସିଟିଭି ଫୁଟେଜରୁ ଜଣାପଡ଼ିଛି, ଉଭୟ ୨୬ ତାରିଖ ଦିନ ୧୨ଟା ୨୦ରେ ଉକ୍ତ ଫାଷ୍ଟଫୁଡ ସେଣ୍ଟରକୁ ଯାଇ ୨ଟି ବିରିୟାନି ଅର୍ଡର କରିଥିଲେ। ହେଲେ ଝରାଫୁଲଙ୍କ ପେଟ କାଟିବାରୁ ନିକଟସ୍ଥ ଅନ୍ୟ ଏକ ଟେବୁଲକୁ ଯାଇ ଏକୁଟିଆ ବସିଥିଲେ। ଏପରିକି  ସେଠାରେ ବାନ୍ତି କରି ଟେବୁଲ ଉପରେ କିଛି ସମୟ  ଶୋଇପଡ଼ିଥିଲା। ଏହାପରେ ରାକେଶ ବିରିୟାନି ଖାଇ ସାରିବା ପରେ ଝରାଫୁଲ ପାଖକୁ ଯାଇ ପାଣି ପିଇବାକୁ ଦେଇଥିଲେ।  ଉଭୟ ସେଠାରେ ପ୍ରାୟ ୩୫ ମିନିଟ ରହିବା ପରେ ଦିନ ୧ଟା୦୫ରେ ସେଠାରୁ ବାହାରି ଯାଇଥିଲେ। ଏହାପରେ ଦିନ ୧ଟାରୁ ଅଢେଇଟା ଭିତରେ ଶିବସାଇ ଗେଷ୍ଟ ହାଉସକୁ ଯାଇ ରାତିରେ ସେଠାରେ ରହିଥିଲେ। ତା’ ପର ଦିନ ଅର୍ଥାତ ୨୭ ତାରିଖ ସକାଳ ୭.୨୧ରୁ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ସ୍କୁଟି ମଝିରେ ଝରାଫୁଲଙ୍କୁ ନେଇ ଯାଉଥିବାର ସିସିଟିଭିରେ ଦେଖିବାକୁ ମିଳିଥିଲା।   ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ଏପରି ଏକ ନୂଆ ତଥ୍ୟ ନଜରକୁ ଆସିଛି।

Comments (0)
Add Comment