ଭୁବନେଶ୍ୱର: ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଖବର ଦେବା ସତ୍ୱେ ଠିକ୍ ସମୟରେ ଆମ୍ବଲାନ୍ସ ନ ପହଁଚିବାରୁ ୧୭ କିଲୋମିଟର ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବଲାନ୍ସକୁ ଖବର ଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ରାସ୍ତା ଖରାପ ଥିବା ଦର୍ଶାଇ ଆମ୍ବୁଲାନ୍ସ ପହଁଚିନଥିଲା । ଆମ୍ବୁଲାନ୍ସ ନ ଆସିବାରୁ ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀ ଜଣଙ୍କୁ ୧୭କିଲୋମିଟର ଚଲାଇ ଚଲାଇ ରଘୁବାରୀ ମେଡିକାଲ ଆଣିଥିଲେ । ସେହିଭଳି ଆମ୍ବୁଲାନ୍ସ ନ ମିଳିବାରୁ ଅନ୍ୟ ଦୁଇ ଗର୍ଭବତୀ ପରମିତା ମାଝୀ ଓ ରମିତା ମାଝୀଙ୍କୁ ଆଶା ଦିଦିଙ୍କ ସହାୟତରେ ଚଲାଇ ଚଲାଇ ଅଣାଯାଇଥିଲା । ତେବେ ଆମ୍ବୁଲାନ୍ସ ବିଳମ୍ବରେ ପହଁଚିବା ପରେ ଦୁ୍ଇ ଗର୍ଭବତୀଙ୍କୁ ଅମ୍ବାଦୋଳା ଡାକ୍ତରଖାନାକୁ ନିଆଯାଇଥିଲା ।