ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ୨୪ ଘଂଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮,୧୩୫ରେ ପହଂଚିଛି । ଦିନକରେ ଆଉ ୭୮,୧୯୦ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୮,୪୪,୧୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭,୦୨,୮୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ୨୮,୦୦,୩୬,୮୯୮ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।