ବିଶ୍ୱ ସିଂହ ଦିବସ

ବିଗ୍ କ୍ୟାଟ୍ ରେସକୁ୍ୟ’ ପକ୍ଷରୁ କିଛି ବର୍ଷ ହେଲା ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଛି ‘ ବିଶ୍ୱ ସିଂହ ଦିବସ’ । ବିଶ୍ୱର ଅଳ୍ପ କିଛି ଅଂଚଳରେ ସିଂହ ଦେଖିବାକୁ ମିଳନ୍ତି । ଜଙ୍ଗଲର ରାଜା କୁହାଯାଉଥିବା ସିଂହ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ୫୦ ବର୍ଷ ତଳେ ସାରା ବିଶ୍ୱରେ ସିଂହ ସଂଖ୍ୟା ଏକ ଲକ୍ଷ ୧୦ ହଜାର ଥିଲା , ଯାହା ଏବେ ୩୦ ହଜାର ଭିତରେ ସିମିତ ରହିଛି । ଏହାର ମୁଖ୍ୟ କାରଣ ହେଉଛି , ଏହି ପ୍ରାଣୀର ପ୍ରାକୃତିକ ବାସସ୍ଥାନର ଅବକ୍ଷୟ । ଗତ ୧୦୦ ବର୍ଷ ଭିତରେ ଏହାର ୭୫ ପ୍ରତିଶତ ବାସସ୍ତାନ ନଷ୍ଟ ହୋଇସାରିଲାଣୀ ।୧୨ଟି ଆଫ୍ରିକୀୟ ଦେଶରୁ ସିଂହ ଲୋପ ପାଇସାରିଲାଣି । ଆଫ୍ରିକାର ଜନସଂଖ୍ୟା ୨୦୫୦ ସୁଦ୍ଧା ୨୪୭ କୋଯିରେ ପହଂଚିବ । ,ହାର ପରିଣାମ ସ୍ୱରୁପ ଆଉ ୯ଟି ଦେଶରୁ ସିଂହ ଲୋପ ପାଇଯିବା ଆଶଙ୍କା କରାଯାଉଛି । ଏଣୁ, ଏହି ପ୍ରାଣୀଙ୍କ ସୁରକ୍ଷା ବାବଦରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

Comments (0)
Add Comment