୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି ।
ଆଜି ଏଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା ଘୋଷଣା କରି କହିଛନ୍ତି ଯେ, ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରିଛନ୍ତି । ୫% ତଳେ ସଂକ୍ରମଣ ହାର କମ୍ ଥିବା ରାଜ୍ୟର ୨୦ଟି ଜିଲ୍ଲାକୁ କାଟାଗୋରୀ -ଏ ଏବଂ ୫ରୁ ୧୦% ମଧ୍ୟରେ ସଂକ୍ରମଣ ହାର ଥିବା ୧୦ଟି ଜିଲ୍ଲାକୁ କାଟାଗୋରୀ-ବି ଭାବେ ଅନ୍ତଭୁକ୍ତ କରିଛନ୍ତି । କାଟାଗୋରୀ -ଏରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ତଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନ୍‌ଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ପୂର୍ବରୁ ସଂକ୍ରମଣ ହାର ୫% ତଳେ ଥିବାରୁ କଟକଣା କୋହଳ କରାଯାଇଥିଲା । ଏବେ ଅନୁଗୁଳ , ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ସଂକ୍ରମଣ ହାର ୫% ତଳକୁ ହ୍ରାସ ପାଇଥିବାରୁ ଏ-କାଟାଗୋରୀ ଜିଲ୍ଲାଭୁକ୍ତ କରାଯାଇଛି । ସେହିପରି ଉପକୂଳ ଓଡିଶା ତଥା ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ୫ରୁ ୧୦% ମଧ୍ୟରେ ରହିଥିବାରୁ କାଟାଗୋରୀ-ବି ଭୁକ୍ତ କରାଯିବା ସହ ଅଧିକ କଟକଣା ଲାଗୁ କରାଯାଇଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ପଜିଟିଭ୍ ହାର ଏବଂ ସକ୍ରିୟ ଆକ୍ରାନ୍ତ ସଂଖ୍ୟାକୁ ନେଇ କାଟାଗୋରୀ-ଏ ଏବଂ କାଟାଗୋରୀ-ବି ନିଷ୍ପତି ନିଆଯାଇଛି ।

କାଟାଗୋରର-ଏ ୨୦ ଜିଲ୍ଲା
* ସକାଳ ୬ରୁ ସନ୍ଧ୍ୟା୬ ଦୋକାନ ଖୋଲା
* ସପ୍ତାହିକ ଓ ଦୈନିକ ହାଟ ଖୋଲିବ
* ଆନ୍ତଃଜିଲ୍ଲା ବସ୍ ଚଳାଚଳକୁ ଅନୁମତି
* ଖୋଲିବ ସେଲୁନ୍‌, ଗଡିବ ଟ୍ୟାକ୍ସି
* ଫିଲ୍ମ ସୁଟିଂକୁ ଅନୁମତି
* ସପ୍ତାହନ୍ତ ସଟ୍‌ଡାଉନ୍ ପ୍ରତ୍ୟାହୃତ
* ରାତ୍ରି କଫ୍ୟୁ ବଳବତର
* ଶିକ୍ଷାନୁଷ୍ଠାନ ବନ୍ଦ, ଧାର୍ମିକ ଉତ୍ସବ ମନା
* ରାଜନୈତିକ ସଭାସମିତି ନିଷିଦ୍ଧ

କାଟାଗୋରୀ-ବି ୧୦ ଜିଲ୍ଲା
* ସକାଳ ୬ରୁ ଦିନ ୨ ଦୋକାନ ଖୋଲା
* ଖୋଲିବ ସବୁ ଦୋକାନ
* ସାପ୍ତାହିକ, ଦୈନିକହାଟକୁ ମନା
* ଗଡିବ ନାହିଁ ବସ୍‌, ଚାଲିବ ଅଟୋ
* ମଲ୍‌, ସ୍ପା ଓ ବିୟୁଟିପାର୍ଲର ବନ୍ଦ
* ଖୋଲିବନି ଶିକ୍ଷାନୁଷ୍ଠାନ, ଧାର୍ମିକ ଉତ୍ସବ ମନା
* ରାଜନୈତିକ ସଭାସମିତି ନିଷିଦ୍ଧ
* ସାମାଜିକ ଉତ୍ସବ କଟକଣା ବଳବତର
* ସାପ୍ତାହିକ ସଟ୍‌ଡାଉନ୍ ବଳବତର


ଶ୍ରୀ ମହାପାତ୍ର କହିଛନ୍ତି ଯେ, କାଟାଗୋରୀ-ଏ ଭୁକ୍ତ ୨୦ଟି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । କେବଳ ମଲ୍‌, ସ୍ପା ଓ ବିୟୁଟିପାର୍ଲର ବନ୍ଦ ରହିବ । ସେହିପରି ଏହି ଜିଲ୍ଲାଗୁଡିକରେ ସାପ୍ତାହିକ ହାଟ ଓ ଦୈନିକ ହାଟ ଖୋଲା ରହିବ । କିନ୍ତୁ କରୋନା କଟକଣା ଅନୁଯାୟୀ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲା ଗୁଡିକ ଭିତରେ ଆନ୍ଥଃ ଜିଲ୍ଲା ବସ୍ ଚଳାଚଳକୁ ଅନୁମ୍‌ତି ଦିଆଯାଇଛି । ବସ୍‌ର ଚଳାଚଳ ଅନୁଯାୟୀ ବସ୍ ଚଳାଚଳ କରିବ । ସେଲୁ୍‌ନ୍ ମଧ୍ୟ ଖୋଲା ରହିବ । ସେହିପରି ଏହି ଜିଲ୍ଳା ଗୁଡିକରେ ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି । ତେବେ ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତା ସଟଡାଉନ୍ ଉଠାଇଦିଆଯାଇଛି । କିନ୍ତୁ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳିନ କଫ୍ୟୁ ବଳବତର ରହିବ ।
ଶ୍ରୀ ଆହୁରି କହିଛନ୍ତି ଯେ, କାଟାଗୋରୀ -ବି ଭୁକ୍ତ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । କରୋନା କଟକଣା ଭିତରେ ସମସ୍ତ ଦୋକାନ ଖୋଲିବ । ମାତ୍ର ମଲ୍‌, ସ୍ପା ଓ ବିୟୁଟିପାର୍ଲର ବନ୍ଦ ରହିବ । ରାସ୍ତାକଡରେ ଚା’ ଦୋକାନ ଓ ଛୋଟ ଛୋଟ ସେଲୁନ୍ ଖୋଲିବ ଓ ଦୈନିକ ହାଟ ବନ୍ଦ ରହିବ । ଚା’ ଦୋକାନରେ କେହି ଛିଡା ହୋଇ କେହି ଚା’ ପଇପାରିବେ ନାହିଁ । ବସ୍ ଚଳାଚଳ ପୂର୍ବପରି ବନ୍ଦ ରହିବ । ତେବେ ଅଟୋରେ ମାତ୍ର ୨ଜଣ ଯାତ୍ରୀଙ୍କୁ ନେଇ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଆଉଟ୍‌ଡୋର ସୁଟିଂକୁ ଅନୁମତି ଦିଆଯାଇଥିବା ବେଳେ ଇନ୍‌ଡୋର ସୁଟିଂକୁ ଅନୁମତ୍‌ି ଦିଆଯାଇନାହିଁ । ତେବେ ବଡ ବଡ ଦୋକାନ ଭିତରେ କିଭଳି କମ୍ ଗ୍ରାହକ ରହିବ ଏବଂ ବାହାରେ ଧାଡିରେ ଗ୍ରାହକମାନେ ରହିବେ ତାହା ଦୋକାନୀଙ୍କ ଦାୟିତ୍ୱ । ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ଜିଲ୍ଲାପାଳ ଓ ମହାନଗର ନିଗମକୁ କର୍ଡା ନିର୍ଦ୍ଦେଶ ଦିଆଯାଇଛି । କାଟାଗୋରୀ-ବି ଭୁକ୍ତ ଅଞ୍ଚଳରେ ପୂର୍ବଭଳି ସପ୍ତାହନ୍ତ ସଟ୍‌ଡାଉନ୍ ବଳବତର ରହିବ ।
ଏହା ବ୍ୟତୀତ ସମସ୍ତ ସ୍କୁଲ, କଲେଜ୍‌, କୋଚିଂ ସେଂଟର, ସିନେମା ହଲ୍ ଆଦି ବନ୍ଦ ରହିବ । ଧର୍ମାନୁଷ୍ଠାନ ଗ୍‌ୁଡିକରେ ଭକ୍ତଙ୍କୁ ବାରଣ କରାଯାଇଛି । କେବଳ ନୀତିକାନ୍ତି ପୂର୍ବଭଳି ଚାଲୁରହିବ । ବିବାହ, ବ୍ରତ ଓ ସୁଦ୍ଧ ଘର ପାଇଁ ପୂର୍ବରୁ ଜାରୀ ଥିବା କଟକଣା ବଳବତ ରହିବ ।

Comments (0)
Add Comment