ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଅପରାହ୍ନରେ ଏକ ବଡ ଧରଣର ଲୁଟ୍ ହୋଇଛି । ବନ୍ଧୁକ ଦେଖାଇ ବ୍ୟାଙ୍କରୁ ପ୍ରାୟ ୨୦ଲକ୍ଷ ଲୁଟିନେଲେ ୬ଜଣ ଦୁର୍ବୃତ । ସୂଚନାଯୋଗ୍ୟ ଅପରାହ୍ନ ୨ଟା ସମୟରେ ୬ଜଣ ଯୁବକ ବ୍ୟାଙ୍କ ମଧ୍ୟକୁ ଗ୍ରାହକ ସାଜି ପଶିଥିଲେ । ଏହାପରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨୦ଲକ୍ଷ ଟଙ୍କା ଲୁଟି ନେଲେ । ଏହାପରେ ଆଖି ପିଛୁଳାକେ ୨ଟି ବାଇକରେ ଚମ୍ପଟ୍ ମାରିଥିଲେ ଦୁର୍ବୃତ । ପୁଲିସ ଘଟଣା ସ୍ଥଳରେ ପହଂଚି ଖୋଳତାଡ ଆରମ୍ଭ କରିଛି । ହେଲେ ଏଯାଏ ଲୁଟ୍ ସମ୍ପର୍କରେ କିଛି ବି ସୁରାଗ ପାଇପାରି ନାହିଁ । ଭୋଗରାଇରୁ ୫କି.ମି ଦୂରରେ ପଶ୍ଚିମବଙ୍ଗ ବର୍ଡର ଥିବାରୁ ଲୁଟେରାମାନେ ଖସି ସୀମା ଅତିକ୍ରମ କରିଦେଇଥିବା ସନେ୍ଦହ କରାଯାଉଛି ।