କ୍ୟାପିଟାଲ ମେଡିକାଲରେ କରୋନା ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ଵର କ୍ୟାପିଟାଲ ମେଡିକାଲରେ ଦୁଇ ପଜିଟିଭ୍ ବାହାରିବା ପରେ କର୍ମଚାରୀଙ୍କ ଭିତରେ ଛନକା ପସିଛି । ୧୫ଜଣ ଷ୍ଟାଫ୍ କ୍ୱାରେଂଟାଇନ୍ ପଠାଇ ଦେଇଛନ୍ତି ମେଡିକାଲ୍ କର୍ତୃପକ୍ଷ । ଚିହ୍ନଟ ରୋଗିଙ୍କ ସଂସ୍ପର୍ଶରେ ଆସିଥିବା ଅଧା କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଛି । ଆଜି ଆଉ ଅଧା ଷ୍ଟାଫ୍ ନମୁନା ପରୀକ୍ଷା ହେବ । ମେଡିକାଲରେ ବଢୁଥିବା ସଂକ୍ରମିତଙ୍କୁ ଦେଖି କର୍ତୃପକ୍ଷ କିଛି ବିଭାଗରେ ଡାକ୍ତର ଓ ନର୍ସଙ୍କୁ ପିପିଇ କିଟ୍ ପିନ୍ଧି ଡ଼ିୟୁଟି କରିବାକୁ କହିଛନ୍ତି ।

Comments (0)
Add Comment