ବାଲେଶ୍ୱର: ପଡେ଼ାଶୀ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗାଁ ରେ । ତେବେ ଚୋରୀ ଘଟଣା ଜଣାପଡ଼ିବା ପରେ ନାବାଳକୁ ପଡେ଼ାଶୀ ମହିଳା ଓ ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି । ପିଟିଥିବା ମାନିଥିଲେ ବି ମୃତୁ୍ୟ କେମିତି ହେଲା ଜାଣିନଥିବା କହିଥିଲେ ।ହେଲେ ପାରିପାଶ୍ୱିର୍କ ସ୍ଥିତିରୁ ନାବାଳକକୁ ହତ୍ୟା କରାଯାଇଥିବା ପୁଲିସ୍ ସନେ୍ଦହ କରୁଛି । ଅଧିକ ଛାନଭିନ ପାଇଁ କାଞ୍ଜିଆ ଟିମ୍ ସାଇଂଟିଫିକ୍ ଟିମ୍ ଡାକିଥିବା ଜଣାପଡିଛି ।