ବଢିଲା ଗାଡି ଲାଇସେନ୍ସ ଅବଧି

ଭୁବନେଶ୍ୱର- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଗାଡି ଲାଇସେନ୍ସ ଫିଟନେସ ଓ ଆରସିର ଅବଧି । ସାନି ନିଦେ୍ର୍ଧଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଫେବୃଆରୀ ୧ ତାରିଖରେ ଶେଷ ହେବାକୁ ଥିବା ଗାଡି କାଗଜ ପତ୍ରର ବୈଧତା ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି କରାଯାଇଛିି ।ତେଣୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଥିବା ଲର୍ଣ୍ଣିଂ ଲାଇସେନ୍ସର ଅବଧୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାଏମ ରହିବ । ମାଲ ପରିବହନ, ଘରୋଇ ଗାଡି, ଶିକ୍ଷାନୁଷ୍ଠାନରେ ଲାଗିଥିବା ଗାଡିର ପରମିଟ ମଧ୍ୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତର ରହିବ । ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

Comments (0)
Add Comment