କେନ୍ଦୁଝର- କେନ୍ଦୁଝର ସଦର ଥାନା ବୋଦାଳସା ସା ମୁଣ୍ଡା ସାହିରେ ଘଟିଛି ଏକ ଚାଚଂଲ୍ୟକର ଘଟଣା । ବାପାର ବେକରେ ଗାମୁଛା ଭିଡି ମାରି ଦେଲେ ଦୁଇ ନାବାଳକ ପୁଅ । ମୃତ ବ୍ୟକ୍ତିଙ୍କ ନାଁ ଲଙ୍କେଶ୍ୱର ମୁଣ୍ଡା । ପୋଲିସ ଘଟଣାସ୍ଥଳରେ ପଂହଚି ମୃତଦେହ ଉଦ୍ଧାର କରିବା ସହିତ ଦୁଇ ନାବାଳକ ଭାଇଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ଲଙ୍କେଶ୍ୱର ମୁଣ୍ଡା ସୁବୁବେଳେ ମଦ ପିଇ ସ୍ତ୍ରୀକୁ ମାରଧର କରୁଥିଲେ । ଗତକାଲି ଲଙ୍କେଶ୍ୱର ମଦ ପିଇ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ । ଏହାକୁ ଦେଖି ଦୁଇ ନାବାଳକ ପୁଅ ଉତ୍ୟକ୍ତ ହୋଇପଡିଥିଲେ । ସେମାନେ ଏକ ଗାମୁଛାରେ ଲଙ୍କେଶ୍ୱର ବେକକୁ ଜୋରରେ ବାନ୍ଧି ଦେଇଥିଲେ । ଫଳରେ ସେଠାରେ ଲେଙ୍କଶ୍ୱରଙ୍କ ମୃତ୍ୟୁ ହୋଇଥିଲା ।