ନୂଆଦିଲ୍ଲୀ- କରୋନା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଭ୍ୟାକସିନ ପ୍ରସ୍ତୁତ ହୋଇଥିବା ବେଳେ ଆମେରିକାର ନାଜାଳ ଭ୍ୟାକସିନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଥମିକ ପର୍ଯ୍ୟୟରେ ଏହା ମୂଷା ଠାରେ ସଫଳ ପରୀକ୍ଷଣ ହେଇଛି । ଏହା ଶକ୍ତିଶାଳୀ କରୋନା ପ୍ରତିରୋଧ କ୍ଷମତା ସୃଷ୍ଟି କରୁଥିବା ୱାଶିଙ୍ଗଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନର ଗବେଷକ ଦାବି କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଏହା ମାଙ୍କଡ ଶରୀରରେ ପରୀକ୍ଷା କରାଯିବ । ଏଥିରେ ସଫଳ ହେଲେ ମନୁଷ୍ୟ ଶରୀରରେ ଏହା ଟ୍ରାଏଲ ହେବ । ଏହି ନାଜାଲ ଭ୍ୟାକ୍ସିନକୁ ନାକ ପୁଡାରେ ସ୍ପ୍ରେ କରିବାକୁ ପଡିବ ।