ନୂଆଦିଲ୍ଲୀ- ଜାତୀୟ ଶିକ୍ଷାନୀତି-୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଭିଡିଓକନଫରେନ୍ସ ଜରିଆରେ ନିଜର ଅଭିଭାଷଣ ରଖିଛନ୍ତି । ମୋଦି ଏହି ଅଭିଭାଷଣରେ କହିଛନ୍ତି ଏହି ଶିକ୍ଷାନୀତି ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି, ଓ ଏହା ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏକାଠି କରିଛି । ଏହି ନୂଆ ଶିକ୍ଷାନୀତି ଶିକ୍ଷାଦାନ ପଦ୍ଧତି ଓ ଜଟିଳ ପାଠ୍ୟକ୍ରମ ଉପରେ ଅଧିକ ନଜର ଦେବ । ମାନସିକ ଚାପ, ଉତେଜନା, ବ୍ୟବହାରିକ, କାର୍ଯ୍ୟ ଉପରେ ନଜର ରଖିବ । ପ୍ରଧାନମନ୍ତ୍ରୀ ଦୃଢ ମନୋବଳ ସହ କହିଛନ୍ତି ଏହି ଶିକ୍ଷାନୀତି ଭବିଷ୍ୟତରେ ଦେଶର ଲକ୍ଷ୍ୟ ପୁରଣ କରିବା ଦିଗରେ ସହାୟକ ହେବ । ଯୁବପୀଢି ମାନେ ଏହି ବିଷୟ ବସ୍ତୁ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଜାତୀୟ ଶିକ୍ଷାନୀତି ଭଲ ଅନ୍ତଜାର୍ତୀୟ ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ଲାଭ କରିଛି । ଭାରତରେ ଜାତୀୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ମୋଦୀ ପ୍ରୟାସ କରୁଛନ୍ତି ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା ପ୍ରଦାନ କରିବ । ଛୋଟ ବୟସରୁ ଛାତ୍ରଛାତ୍ରୀଙ୍କୁ ଧନ୍ଧାମୂଳକ ଜ୍ଞାନ ଦିଆଗଲେ ସେ ତା ଭବିଷ୍ୟତ ପାଇଁ ନିଜକୁ ଗଢିତୋଳିବ । ଯୁବପିଢୀଙ୍କ ଚାକିରି କ୍ଷେତ୍ରରେ ମଧ୍ୟ ଦକ୍ଷତା ବଢିବ ବୋଲି ମୋଦୀ କହିଛନ୍ତି ।