ନୂଆଦିଲ୍ଲୀ- କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଟ ଓ ଜେଇମେନ ପରୀକ୍ଷା ବାତିଲ କରିବା ପାଇଁ  କେନ୍ଦ୍ରକୁ ନିବେଦନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଯଦି ଏଭଳି ପରିସ୍ଥିତିରେ ପରୀକ୍ଷା କରାଯାଏ ତେବେ ଛାତ୍ରଛାତ୍ରୀଙ୍କ  ଜୀବନ ପ୍ରତି ବିପଦ ରହିଛି । ତେଣୁ  ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା କରାଯିବ ବୋଲି ମମତା କହିଛନ୍ତି । ପୂର୍ବରୁ ନେଟ ଓ ଜେଇମେନ ପାଇଁ ତାରିଖ ସ୍ଥିର ସରିଥିଲା ।  ନେଟ ପରୀକ୍ଷା ସେପ୍ଟେମ୍ବର ୧୩ ଓ ଜେଇମେନ ସେପ୍ଟେମ୍ବର ୧ରୁ ୬ ଭିତରେ  ହୋଇଥିନ୍ତା ।  କରୋନା ମହାମାରୀ ପରିସ୍ଥିତିରେ ୟୁଜିସି ପରୀକ୍ଷା ବାତିଲ କରିବାକୁ  ପୂର୍ବରୁ ମମତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।  ରାହୁଲ ଗାନ୍ଧୀ ମଧ୍ୟ ନେଟ ଓ ଜେଇମେନ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ରରେ ନିବେଦନ କରିଥିଲେ । ଏଭଳି ସମୟରେ ପରୀକ୍ଷା  ନଦେବା ପାଇଁ ଛାତ୍ରଛାତ୍ରୀ ଆଗ୍ରହ୍ୟ ପ୍ରକାଶ କରୁନାହାନ୍ତି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ପରୀକ୍ଷା ବାତିଲ କରିବାକୁ କହିଥିଲେ ।