ରଜ ପାଳନ ଉପରେ ରୋକ

କେନ୍ଦୁଝର- କରୋନା ସଂକ୍ରମଣକୁ ନେଇ କେନ୍ଦୁଝର ପ୍ରଶାସନ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି । ରଜ ଦୋଳି,ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ୬ ଦିନ ଧରି ଏହି କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ ଦୋକାନ ସକାଳ ୭ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟ ସମସ୍ତ ଦୋକାନ ସକାଳ ୭ ରୁ ଅପରାହ୍ନ ୨ ପର୍ଯ୍ୟନ୍ତ ଖୋଲି ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛନ୍ତି ।

Comments (0)
Add Comment