ଭାରତୀୟ ଫୁଟବଲ୍ ଖେଳାଳିମାନେ ବିଦେଶରେ ଖେଳିବା ଆବଶ୍ୟକ

ନୂଆଦିଲ୍ଲୀ: ଭାରତୀୟ ଦଳର ଫୁଟବଲ୍ ଖେଳାଳି ମାନେ ବିଦେଶରେ ଆୟୋଜିତ ହେଉଥିବା ଫୁଟବଲ୍ ଲିଗ ମାନଙ୍କରେ ଖେଳିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ବାଇଚୁଙ୍ଗ ଭୂତିଆ କହିଛନ୍ତି । ବିଦେଶ ଲିଗ ମାନଙ୍କରେ ଖେଳିବା ଦ୍ୱାରା ଭାରତୀୟ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇବ । ଯାହା ଦ୍ୱାରା ଦେଶରେ ଫୁଟବଲ୍ ଖେଳର ବିକାଶ ହେବ ବୋଲି ଭୂତିଆ କହିଛନ୍ତି । ବାଇଚୁଙ୍ଗ ଭୂତିଆ ବିଦେଶୀ କ୍ଲବ୍ ପାଇଁ ପ୍ରଥମ ଭାରତୀୟ ଖେଳାଳି ଭାବେ ଫୁଟବଲ୍ ଖେଳିଥିଲେ । ସେ ୧୯୯୯ ମସିହାରେ ଇଂଲଣ୍ଡର ବୁରୀ ଫୁଟବଲ୍ କ୍ଲବ୍ ପାଇଁ ଖେଳିଥିଲେ ।

Comments (0)
Add Comment