୩୦ପ୍ରତିଶତ କମିଲା ସିବିଏସସି ପାଠ୍ୟକ୍ରମ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଳାଳୟର ବଡ ନିଷ୍ପତି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସିବିଏସଇ ( କେନ୍ଦ୍ରୀୟ ମାଧ୍ୟମି୍ ଶିକ୍ଷା ପରିଷଦ) ସିଲାବସ୍ ତଥା ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି । ହ୍ରାସ ପାଉଥିବା ସିଲାବସ୍ ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ । ଇଂଟରନାଲ ଆସେସମେଂଟ କିମ୍ବା ବାର୍ଷିକ ରୀକ୍ଷାରେ ବାଦ୍ ପଡିଥିବା ବିଷୟଗୁଡିକ ପଡିବ ନାହିଁ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ କହିଛନ୍ତି ଯେ ସିବିଏସଇର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯିବ । ପିଲାଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ । ଅତିରିକ୍ତ ୩୦ ପ୍ରତିଶତ ବିଷୟ ପାଠ୍ୟକ୍ରମରୁ ବାଦ ଦିଆଯିବ । ତେବେ ପାଠ୍ୟକ୍ରମ ହ୍ରାସ ସମ୍ପର୍କରେ ବିଚାର କରିବାକୁ ସିବିଏସ୍ଇକୁ କୁହାଯାଇଛି । ଏନେଇ ଗଠିତ କମିଟି ଆଲୋଚନା ପରେ ୯ମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଉପରେ ସୃଷ୍ଟି ହୋଇଥିବା ଚାପକୁ ଦୂର କରିବା ପାଇଁ ସିଲାବସ୍ କୁ ୩୦ ପ୍ରତିଶତ ବାଦ୍ ଦିଆଯିବାକୁ ନିଷ୍ପତି ହୋଇଛି ।

Comments (0)
Add Comment