ନୂଆଦିଲ୍ଲୀ- ଆଜି ପୁଣି ବଢିଛି ପେଟ୍ରୋଲ ଦର । ଏହା ୧୬ ପଇସାକୁ ବୃଦ୍ଧି ପାଇଛି ଏହି ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧,୩୫ ଥିବା ବେଳେ ମୁମ୍ମାଇରେ ଏହି ଦର ଲିଟର ପିଛା ୮୮.୦୨ ରହିଛି । ଦୀର୍ଘ ୨୩ ଦିନ ଧରି ଡିଜେଲ ଦର ସ୍ଥିର ରହିଥିବା ବେଳେ ପେଟ୍ରୋଲ ଦରରେ ପରିବର୍ତନ ଦେଖା ଦେଇଛି । ଅଗଷ୍ଟ ୧୬ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୯୨ ପଇସାକୁ ବୃଦ୍ଧି ପାଇଛି । ଦିଲ୍ଲୀ ସରକାର ଡିଜେଲରେ ୧୩.୨୫ ପ୍ରତିଶତ ଟ୍ୟାକ୍ସ ଲଗାଇବା ପରେ ଡିଜେଲ ଦର ସ୍ଥିର ରହିଛି । ବର୍ତମାନ ଦିଲ୍ଲୀରେ ଲିଟର ପିଛା ଡିଜେଲ ଦର ୭୩. ୫୬ ରହିଛି ।