ଭୁବନେଶ୍ୱର- ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କର୍ଟଅଫ ମାର୍କ ଲିଷ୍ଟ । ବିଜେବି ଅଟୋନମସ କଲେଜ ବିଜ୍ଞାନ ବିଭାଗରେ ଅଧିକ ହନର୍ସରେ ଆଗରେ ରହିଛି । ଗଣିତରେ ପ୍ରଥମ କର୍ଟଅଫ ମାର୍କ ୯୫.୨ ପ୍ରତିଶତ ରହିଥିବା ବେଳେ ପଦାର୍ଥବିଜ୍ଞାନରେ ୯୫ ପ୍ରତିଶତ ଓ ରାସାୟନିକ ବିଜ୍ଞାନରେ ୯୪.୬ ପ୍ରତିଶତ ରହିଛି । ଯୁକ୍ତ ୩ ଆଡମିଶନ ପାଇଁ ଓଡିଶାରେ ଥିବା ୧,୦୨୯ କଲେଜରେ ୨,୧୨,୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଆସନ୍ତା ୨୯ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପକ୍ରିୟା ଆରମ୍ଭ ହେବ ।