ନୂଆଦିଲ୍ଲୀ : ଗ୍ରାମାଞ୍ଚଳରେ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି ଗରିବ କଲ୍ୟାଣ ରୋଜଗାର ଅଭିଯାନ । କରୋନା ମହାମାରୀ ସମୟରେ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ଲୋକମାନେ ଗାଁରେ ରହୁଥିବା ସମୟରେ କାହାଠାରୁ ଋଣ ନେବାକୁ ପଡ଼ିବ ନାହିଁ। ଆତ୍ମନିର୍ଭର ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଠାରୁ ଆରମ୍ଭ ହୋଇଥିଲା ଏବଂ କିଛି ସପ୍ତାହ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତିନି ମାସ ମଧ୍ୟରେ ୮୦ କୋଟି ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଡାଲି ଯୋଗାଇବା ପାଇଁ କାର୍ଯ୍ୟ କରାଯାଇଛି। ସମସ୍ତ ଶ୍ରମିକଙ୍କ ଦକ୍ଷତାର ମ୍ୟାପିଂ ମଧ୍ୟ ଆରମ୍ଭ ହୋଇଛି। ଶ୍ରମିକ ଶ୍ରେଣୀର ଦକ୍ଷତା ନିଜ ଗାଁରେ ଚିହ୍ନଟ ହେବ, ଯାହାଫଳରେ ସେମାନଙ୍କର ଦକ୍ଷତା ଅନୁଯାୟୀ ରୋଜଗାର ପାଇପାରିବେ।