ନୂଆଦିଲ୍ଲୀ-  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଶୁଭେଛା ଜଣାଇବା ସହ ତାଙ୍କ  ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ  ବିଜେପି ପକ୍ଷରୁ  ଦେଶରେ   ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।  ସବୁଠାରୁ ବଡ କଥା ହେଉଛି ତାଙ୍କ ଜନ୍ମଦିନରେ ୭୦ କେଜିର ଏକ ଲଡୁ ପ୍ରସ୍ତୁତ କରାଯାଇଛି ।