ଆଳୁ ଦର ବଢିବ

ଆଳୁ ହେଉଛି ରୋଷଇ ଘରର ମୁଖ୍ୟ ପରିବା । ସବୁ ପରିବା ଭିତରୁ ଆଳୁର ଚାହିଦା ଅଧିକ ରହିଛି । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଆଳୁ ପ୍ରିୟ । ରୋଷଇ ଘରେ ଯଦି ଆଳୁ ଥିବ ତବେ ଆଉ କୈଣସି ପରିବାର ଆବଶ୍ୟକ ନାହିଁ । ଯେତେବେଳେ ଆଳୁ ଦର ବୃଦ୍ଧି ପାଏ ଖାଉଟି ବେଶି ପ୍ରଭାବିତ ହୁଏ । ତାଙ୍କ ମୁଣ୍ଡରେ ଚଡକ ପଡିଯାଏ । ଆଳୁ କିଣିବା ପାଇଁ କୁଣ୍ଠାପ୍ରକାଶ କରିଥାନ୍ତି । ଯେଉଁଠି ୫ କିଲୋ ୬ କିଲୋ ଆଳୁ କିଣିବା କଥା ସେଠି ୧କିଲୋ ୨କିଲୋରେ କାମ ଚଳାଇ ଦେଉଛନ୍ତି । କେବଳ ଓଡିଶା ନୁହେଁ ପଶ୍ଚିମ ବଙ୍ଗର ଲୋକେ ମଧ୍ୟ ଆଳୁ ଉପରେ ଅଧିକ ମାତ୍ରାରେ ନିର୍ଭର କରିଥାନ୍ତି । ଓଡିଶାରେ ଯେତେକି ଆଳୁ ଉତ୍ପାଦନ ହେବା କଥା ସେହି ଅନୁସାରେ ହଉନାହିଁ । ଯାହାଫଳରେ ଅନ୍ୟ ଦେଶର ଚାଷୀ ଆଳୁ ଦର ମନ ଇଛା ବୃଦ୍ଧି କରୁଛନ୍ତି । ରାଜ୍ୟର ବିିଭିନ୍ନ ଅଂଚଳରେ ଆଳୁ କିଲୋ ପିଛା ଦର ଭିନ୍ନ ଭିନ୍ନ ରହିଛି । କେବଳ ଓଡିଶାରେ ବୃଦ୍ଧି ତାହା ନୁହେଁ, ରାଜ୍ୟ ବାହାରେ ମଧ୍ୟ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି । କରୋନା ଲକଡାଉନ ସଟଡାଉନ ଯୋଗୁଁ ଗାଡିମଟର ବନ୍ଦ ରହିଥିଲା ଯାହାଫଳରେ ବାହାର ରାଜ୍ୟରୁ ଆଳୁ ରପ୍ତାନି ହୋଇପାରୁ ନଥିଲା । ଯେତିକି ଆଳୁ ଗଛିତ ଥିଲା ତାହାକୁ ବ୍ୟବସାୟୀ ମାନେ ଉଚ୍ଚାଦରରେ ବିକ୍ରି କରୁଥିଲେ । ଯାହାଫଳରେ ଖାଉଟି ଅଧିକ ମାତ୍ରାରେ ଶୋଷଣ ହେଉଥିଲେ । ବୋଝ ଉପରେ ଲଳିତା ବିଡାପରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେତିକି ଆଳୁ ଚାଷ କରାଯାଇଛି ତାହା ମିଳିବକି ନାହିଁ ସନ୍ଦେହ । କାରଣ ପାଣି ରେ ଆଳୁ ନଷ୍ଟ ହୋଇଯାଇଛି । ଯାହାଫଳରେ ଆଳୁ ଦର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଦୈନିକ ଆଳୁ ଦର ୧ଟଙ୍କା ୨ଟଙ୍କା ବୃଦ୍ଧି ପାଉଛି । ଯଦି ଏପରି ଦର ବୃଦ୍ଧି ହୁଏ ତେବେ ଆଗକୁ ଲୋକେ ଆଳୁ କିଣିବା ପାଇଁ ଡରିବେ ।

Comments (0)
Add Comment