ସେଲଫି ନେବାରୁ ରାଷ୍ଟ୍ରପତିଙ୍କୁ ଜୋରିମନା

ସାନଟିଆଗୋ: କରୋନା ନିୟମ ଉଲ୍ଲଂଘନ କରିବା ପରେ ଜୋରିମାନା ହୋଇଛି ଚିଲି ରାଷ୍ଟ୍ରପତି । ଶୁକ୍ରବାର ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ଜୋରିମନା ଦେବାକୁ ନୋଟିସ ପଠାଇଛି ଚିଲି ପ୍ରଶାସନ । ବିଚ୍ (ସମୁଦ୍ର କୂଳ) ରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ ରାଷ୍ଟ୍ରପତି ସେବାସ୍ତିଆନ୍ ପିନେରା । ସେଲଫି ନେବା ସ୍ଥାନରେ ବିନା ମାସ୍କରେ ଫଟୋ ଉଠାଇବା ନେଇ କଟକଣା ରହିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଏହି ଫଟୋ ଥିଲା । ରାଷ୍ଟ୍ରପତି ନିଜର ଏମଳି ଆଭିମୁଖ୍ୟ ପାଇଁ ଅନୁତପ୍ତ ବୋଲି କହିଛନ୍ତି । ପିନେରା କହିଛନ୍ତି ସେ ତାଙ୍କ ଗର ପାଖରେ ଚାଲୁଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କୁ ଚିହ୍ନି ପକାଇଥିଲେ । ଏହାପରେ ମହିଳା ଜଣଙ୍କ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ । ଫଟୋ ଉଙ୍ଖାଇବା ବେଳେ ଉଭୟ ମାସ୍କ ପିନ୍ଧିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି ।

Comments (0)
Add Comment