ନୂଆଦିଲ୍ଲୀ- ଭାରତୀୟ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ବାୟୁସେନାର ସେଭେଂଟିନ ସ୍କ୍ୱାଡର୍ରନ ଗୋଲଡେନ ଆରୋସରେ ସାମିଲ ହେଲା ଏହି ଶକ୍ତିଶାଳୀ ବିମାନ । ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାସହ ସଡିଏସ ବିପିନ ରାୱତ, ବାୟୁସେନା ମୁକ୍ୟ ଏୟାର ଚିଫ ମାର୍ଶାଲ ଆର୍କେଏସ ଭଦୋରିଆ, ପ୍ରତିରକ୍ଷା ସଚିବ ଅଜୟ କୁମାର, ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀ ଓ ବାୟୁସେନାର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ୫ଟି ରାଫେଲ ଜେଟକୁ ପୂଜା କରାଯିବା ପରେ ବିଧିବିଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଅକ୍ଟୋବରରେ ଭାରତକୁ ଆଉ ୩-୪ଟି ରାଫେଲ ବିମାନ ମିଳିବ । ଡିସେମ୍ବର ମାସରେ ଫ୍ରାନ୍ସରୁ ଭାରତକୁ ରାଫେଲ ଆସିବ । ସେହିପରି ୨୦୨୧ ସୁଦ୍ଧା ଭାରତକୁ ଫ୍ରାନ୍ସର ଦାସୋ କଂପାନୀ ମୋଟ ୩୬ଟି ଫାଇଟର ଜେଟ ଯୋଗଇବ । ଏହି ଜେଟ ଆଣିବା ପାଇଁ ୫୯ ହଜାର କୋଟି ଟଙ୍କାର ଚକ୍ତି କରିଛି ଭାରତ ।