ଶାଢୀ ବାନ୍ଧରେ ‘ମା’କୁ ନେଇ ରାଜେଶ ଏବେ ଚର୍ଚ୍ଚାରେ

ସୁବର୍ଣ୍ଣପୁର: ସୁକ୍ଷ୍ମ ସୁତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶରେ ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ ଆଦୃତ ହୋଇଛି । ସବୁବେଳେ କିଛି ନୁଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଳକ୍ଷ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ । ହସ୍ତତନ୍ତ କାରିଗର ରାଜେଶ ମେହେର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ । ବାନ୍ଧକଳାର କାରିଗରୀ ଏଥିରେ ବେଶ ବାରି ହୋଇପଡୁଛି । ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ । ୧୩ ଟି ଭାଷାରେ ଶାଢୀରେ ମାଆ ବୋଲି ଲେଖା ଯାଇଛି । ପୁର୍ବରୁ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଲାଗି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ କାରିଗର ରାଜେଶ । ଅଭିନେତ୍ରୀ ବିଦ୍ୟାବଲନଙ୍କ ପାଇଁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ ଗଣିତ ସୁତ୍ରର ଶାଢୀ । ଏକ ଫିଲ୍ମ ପାଇଁ କଳା ରଙ୍ଗର ଏହି ଶାଢୀଟି ପ୍ରସ୍ଥୁତ ହୋଇଥିଲା । ଜଗଦଜନନୀ ଦେବୀ ମାତାଙ୍କୁ ପୁଜାର୍ଚ୍ଚନା ସହ ନିଜ ମାଆଙ୍କୁ ମଧ୍ୟ ଏହି ଶାଢୀ ଉପହାର ଭାବେ ଦିଆଯାଇ ପାରିବ । ପ୍ରତି ଶାଢୀର ଦାମ୍ ୧୭ରୁ ୨୦ ହଜାର ମଧ୍ୟରେ ରହିଛି । କିଛି ନୁଆ କରି ଦେଖାଇବା ପାଇଁ ନୁତନ ପରିକଳ୍ପନା କରିଥିଲେ ରାଜେଶ ମେହେର । ଏଣୁ ମାଆଙ୍କୁ ସମର୍ପିିତ କରରି ଭିନ୍ନ ଢଙ୍ଗରେ ଶାଢୀ ତିଆରି କରିବାକୁ ଯୋଜନା ହେଲା । ପ୍ରଥମେ ଗ୍ରାଫ ଓ ପରେ ବାନ୍ଧ କରାଯାଇଥିଲା । ଲହି ଶାଢୀରେ ବାନ୍ଧ କରିବାକୁ ପ୍ରାୟ ୧ ମାସ ଲଗିଥିଲା । ବାନ୍ଧ ପ୍ରସ୍ତୁତ ପରେ ଶାଢୀ ବୁଣିବାକୁ ୧ ମାସ ସମୟ େିଥିଲେ ବୁଣାକାର । ଏବେ ପ୍ରସ୍ତୁତ ହୋଇଯାଇଛି ମାଆ ଶାଢୀ । ପ୍ରତି ୧୫ ଦିନରେ ଗୋଟିଏ ଶାଢୀ ପ୍ରସ୍ତୁତ ହେଉଛି । ଅନ୍ୟ ଶାଢୀ ଭଳି ଏ ଶାଢୀ ମଧ୍ୟ ବଜାରରେ ବେଶ ଅଦୃତ ହେବ ବୋଲି ଆଶା କରୁଛନ୍ତି ବାନ୍ଧ କାରିଗର ।

Comments (0)
Add Comment