ସାଂସଦ ରମେଶ ମାଝୀ କରୋନା ଆକ୍ରାନ୍ତ

ଭୁବନେଶ୍ବର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ସେ ​ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କ କରୋନା ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ତେବେ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।

Comments (0)
Add Comment