ନୂଆଦିଲ୍ଲୀ: ତିନି ଦିନ ପରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ମନ୍ଦିରର ଗର୍ଭଗୃହରେ ରୁପାର କଇଁଛ ଓ ଏହାରି ଉପରେ ଶେଷ ନାଗ ରଖାଯିବାର ଜଣାଯାଇଛି । କୁହାଯାଏ ଯେ ଶେଷ ନାଗ ପାତାଳ ଲୋକଙ୍କ ମାଲିକ । ଭୂମି ପୂଜନରେ କାଶି ବିଶ୍ୱନାଥରୁ ଆସିଥିବା ବେଲ ପତ୍ର ଅର୍ପଣ କରାଯିବ । କାଶି ବିଦ୍ୱାନ ପରିଷଦ ୩ ଜଣ ପଣ୍ଡିତ ସହିତ ବେଲପତ୍ର ନେଇ ଅଯୋଧ୍ୟା ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ ପାଇଁ ଅଯୋଧ୍ୟା ଆସି ପହଁଚିବେ । ଭୂମି ପୂଜନ ଲାଗି ସ୍ୱତନ୍ତ୍ର ମଂଚ ପ୍ରସ୍ତୁତ ହେଉଛି ।