ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ଆଉ ୨ଜଣ ଗିରଫ

ଭୁବନେଶ୍ୱର : ସାମନ୍ତରାପୁରରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା କରିବା ଘଟଣାରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଆଉ ୨ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏଦୁହେଁ ସୁପାରି କିଲର୍ ବୋଲି କୁହାଯାଉଛି। ଉଭୟଙ୍କୁ ବାଲିଗୁଡ଼ାରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଏହି ଦୁଇ ଜଣ ଯୁବକ ମିଠା ଦୋକାନୀଙ୍କୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ସୁପାରି ନେଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୁଇ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଏବଂ ବାଇକ୍ ଜବତ କରିଛି ସ୍ପେସାଲ ସ୍କ୍ବାଡ୍‌।ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ୍। ଏହି ଘଟଣାରେ ଆଗରୁ ୬ଜଣଙ୍କୁ ଗିରଫ କରାଯାଇଥିଲା।

Comments (0)
Add Comment