ସେପ୍ଟେମ୍ବର ୧ରୁ ଅନଲକ ୪ ଆରମ୍ଭ


ନୂଆଦିଲ୍ଲୀ- ଅଗଷ୍ଟ ୩୧ ପରେ ଦେଶରେ ଅନଲକ-୪ ଲାଗୁ ହେବ । ପୂର୍ବଭଳି ଅନଲକ-୪ରେ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିଶ୍ଚିତ ହୋଇଯାଇଛି । ସେପ୍ଟେମ୍ବର ମାସରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ । ଅନଲକ-୪ରେ ସିନାମାହଲ, ଅଡିଟୋରିୟମ ବନ୍ଦ ରହିବ । କିନ୍ତୁ ସିନାମାହଲ ୨୫ରୁ ୩୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ ବୋଲି ସୂଚନା ମିଳିଛି । ସମାଜିକ, ରାଜନୈତିକ, ଖୋଳ, ମନୋରଞ୍ଜନ, ଏକାଡେମି ଓ ବିିଭନ୍ନ ସଭାସମିତି ନହେବା ପାଇଁ ବାରଣ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରାଣାଳୟ ଖୁବଶୀଘ୍ର ଅନଲକ-୪ ଗାଇଡଲାଇନ ଜାରି କରିବେ । ସେହିପରି ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ବାର ଗୁଡିକ ପ୍ରତି ସରକାର କିଛି କୋହଳ ମନୋଭାବ ପ୍ରକାଶ କରିବାର ସଙ୍କେତ ମିଳିଛି । କେନ୍ଦ୍ରସରକାର ଅନଲକ-୪ରେ ଏହାକୁ ଖୋଳିବାକୁ ଅନୁମତି ଦେଇପାରନ୍ତି । ତେବେ ଏଠାରେ ମଦ ପିଇବକୁ ସୁବିଧା ମିଳିବ ନାହିଁ । ପୂର୍ବରୁ କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଉଛେଦ କରିଛନ୍ତି । କିନ୍ତୁ ରାଜ୍ୟମାନଙ୍କରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାତ୍ରୀକାଳୀନ କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ଲାଗୁ କରିଛନ୍ତି ।

Comments (0)
Add Comment