ସ୍ଥାୟୀ ନିଯୁକ୍ତି ପାଇଁ ଦାବି

ଖୋର୍ଦ୍ଧା : ସେସୁ ଅଧିନରେ ଥିବା ବିଦ୍ୟୁତ ବିତରଣ କାର୍ଯ୍ୟ ଟାଟା ନେଇଯିବା ପରେ ଚାକିରି ହରାଇବା ଆଶଙ୍କାରେ ପୂର୍ବ ଫ୍ରାଂଚାଇଜ କମ୍ପାନିୀର କର୍ମଚାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋମବାର ଶତାଧିକ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେସୁ ଡ଼ିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲା କାର୍ଡ , ବ୍ୟାନର ଧରି ସରକାର ନିଷ୍ପତି ବିରୋଧରେ ନାରା ଦେଇଥିଲେ । ଏହି ଅବସରରେ କର୍ମଚାରୀ ମାନେ ୧୦ ଦଫା ଦାବି ଉପସ୍ଥାପନ କରି ୮୦୦୦ ଫ୍ରାଂଚାଇଜ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ. ପୂର୍ବ ଭଳି ପ୍ରଦାନ କରାଯାଉ ଥିବା ସମସ୍ତ ସୁବିଧା ସୁଯୋଗ ଦେବାକୁ ଗୁରୁତ୍ୱ ଆରୋପ କରିଥିଲେ । ୩ ଦିନ ମଧ୍ୟରେ ଦାବି ପୂରଣ ନେଇ ବିଚାର କରାନଗଲେ ଟାଟା ଅଧିନସ୍ତ ସମସ୍ତ ଅଫିସରେ ତାଲା ପକାଇବୁ ବୋଲି ବିକ୍ଷୋଭକାରୀମାନେ ଧମକ ଦେଇଛନ୍ତି । ଆନ୍ଦୋଳନକାରୀ ମାନେ ରାଜ୍ୟ ଶକ୍ତି ମନ୍ତ୍ରୀ , ଆଇନ ମନ୍ତ୍ରୀ ଏବଂ ସମସ୍ତ ବିଧାୟକଙ୍କୁ ଏନେଇ ଦାବି ପତ୍ର ପ୍ରଦାନ ସହ ଦରକାର ପଡ଼ିଲେ ସମସ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

Comments (0)
Add Comment