କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଆଇସିୟୁରେ

ଢ଼େଙ୍କାନାଳ: ନିଜ କଣ୍ଠର ଯାଦୁଗରୀରେ ଅଗଣିତ ଫ୍ୟାନ୍ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଲିଭର ଶିରୋସିସ ସହିତ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ରବିବାର ଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଶକ୍ତି ମିଶ୍ର । ତାଙ୍କୁ ଆଇସିୟୁରେ ରଖାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଥିବା ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ନମିତା ମିଶ୍ର । ଶକ୍ତି ମିଶ୍ର ୯୦ ଦଶକରୁ ଅଦ୍ୟାବଧି ଓଡ଼ିଆ ସିନେ ଜଗତ ଓ ଆଲବମ ଜଗତରେ କଣ୍ଠଶିଳ୍ପୀ ଭାବରେ ଦବଦବା ଜାହିର କରି ଆସିଛନ୍ତି । ମୋର ଭୂଗୋଳରେ ଭଲ ହେଉଥିଲା, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ବୟସର ରାଜପଥରେ, ତୋର ଲମ୍ବା ବେଣୀ ଓ ମେଘରେ ମେଘ ପ୍ରଭୃତି ଅନେକ ହିଟ୍ ଆଲବମ୍ବରେ କଣ୍ଠଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଶକ୍ତି ମିଶ୍ର ।

Comments (0)
Add Comment