ଜାମ୍ମୁ: ପାକିସ୍ତାନ ଷଡ଼ଯନ୍ତ୍ର ବିଫଳ । ପାକ୍ ପଠାଯାଇଥିବା ଏକ ସଶସ୍ତ୍ର ଡ୍ରୋନକୁ ସେନା ଗୁଳିକରି ଖସାଇ ଦେଇଛି ଭାରତୀୟ ସେନା । ଡ୍ରୋନ ସୀମାରେଖାଠାରୁ ୨୫୦ ମିଟର ଭିତରେ ଉଡୁଥିଲା। ଯବାନମାନେ ଏହା ଦେଖିବା ପରେ ତାହାକୁ ଗୁଳିକରି ଖସାଇ ଦେଇଥିଲେ। ଡ୍ରୋନଟିରେ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇଥିଲା। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ସୀମାନ୍ତରେ ଭାରତୀୟ ଯବାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପାକିସ୍ତାନୀ ସେନା ଏହି ଡ୍ରୋନ ପଠାଇଥିବା ଅନୁମାନ କରାଯାଉଛି। ଡ୍ରୋନରେ ଏକ ରାଇଫଲ, ୨ଟି ମାଗାଜିନ୍, ୭ଟି ଗ୍ରେନେଡ୍, ୬୦ଟି କ୍ୟାଟ୍ରିଜ୍, ୪ଟି ଚୀନ ନିର୍ମିତ ବ୍ୟାଟେରୀ ରହିଥିଲା।