ଭୁବନେଶ୍ୱର- ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଳିମେଂଟାରୀ ପରୀକ୍ଷା ଓ ଓପନ ସ୍କୁଲ ସପ୍ଳିମେଂଟାରୀ ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୨୨, ୬୪୯ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଂଟାରୀ ଦେବା ସହ ୧୨,୯୩୯ ଜଣ ଛାତ୍ରଛାତ୍ରୀ ଓପନ ସ୍କୁଲ ସପ୍ଳିମେଂଟାରୀ ପରୀକ୍ଷା ଦେବେ । ପରୀକ୍ଷା ମସୟରେ କୋଭିଡ ନିୟମ ମାନିବା ସହ ସମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ମାଟ୍ରିକ ପରୀକ୍ଷା ପାଇଁ ୧୫୩ଟି ଏବଂ ଓପନ ସ୍କୁଲ ପାଇଁ ୮୮ ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରତ୍ୟେକ ଦିନ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରିବା ପାଇଁ ବ୍ୟବସ୍ଥା କରାଯିବ ।