ଟ୍ରାଫିକ ପୋଲିସକୁ ପିଟିଲେ ଲୋକ

ଭୁବନେଶ୍ୱର: ସ୍ଥାନୀୟ ଲୋକଙ୍କ ଠାରୁ ବିନା ଦୋଷରେ ମାଡ ଖାଇଛନ୍ତି ଜଣେ ଟ୍ରାଫିକ୍ କନେଷ୍ଟବଳ । ଏମିିତି ଏକ ଘଟଣା ଦେଖିବାକୁ ମିଳିଛି ବରମୁଣ୍ଡା ସ୍ଥିତ ରୁଚିକା ମାର୍କେଟରେ । ସୂଚନା ମୁତାବକ କନେଷ୍ଟବଳ ସନ୍ତୋଷ କୁମାର ବେହେରା ଖଣ୍ଡଗିରି ଛକରେ ଡୁ୍ୟଟି କରୁଥିବା ସମୟରେ ମୋବାଇଲ୍ ଲୁଟେରା ତାଙ୍କ ଫୋନ ଛଡେଇ ନେଇଯାଇଥିଲେ । ସେ ଲୁଟେରାକୁ ଧରିବାକୁ ଏକ ବାଇକରେ ତାଙ୍କ ପିଛା କରିଥିଲେ ।୨ଲୁଟେରା ଟ୍ରକକୁ ଅତିକ୍ରମ କଲା ବେଳକୁ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ସନ୍ତୋଷ ଲୁଟେରାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳକୁ କିଛି ସ୍ଥାନୀୟ ଯୁବକ ଲୁଟେରାଙ୍କୁ ଛାଡି ସନ୍ତୋଶ କୁ ମାଡ ମାରିଥିଲେ । କନେଷ୍ଟବଳଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ସ୍ଥାନୀୟ ଯୁବକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

Comments (0)
Add Comment