ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ କରୋନା

ଗୁଆହାଟି : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତରୁଣ ଗୋଗୋଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତରୁଣ ଗୋଗୋଇ ଟ୍ବିଟ୍ କରି ଲେଖିଛନ୍ତି ଯେ, ଗତକାଲି ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି। ନିକଟରେ ତରୁଣ ଗୋଗୋଇ କହିଥିଲେ ଯେ, ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମୋତେ ଖବରମିଳିଛି ଯେ ରଞ୍ଜନ ଗୋଗୋଇ ବିଜେପିର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ତାଙ୍କୁ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦଳ ମଇଦାନକୁ ଓହ୍ଲାଇବ।  ଅଯୋଧ୍ୟା ରାମ ମନ୍ଦିର ନିଷ୍ପତ୍ତିକୁ ନେଇ ବିଜେପି ଗୋଗୋଇଙ୍କ ଉପରେ ଖୁସି ଥିବାରୁୁ ତାଙ୍କୁ ଦଳରେ ସାମିଲ କରିବ ବୋଲି ତରୁଣ ଗୋଗୋଇ କହିଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା।

Comments (0)
Add Comment