ଭୁବନେଶ୍ୱର- କରୋନା କଟଣା ଭିତରେ ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନ ସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଆଜି ମଧ୍ୟ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ ପାଇୁଁ ଅନୁମତି ମିଳିବ ।