ଜାମ୍ମୁ-କାଶ୍ମୀରରେ ସିଆରପିଏଫ ଦଳ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ


ଶ୍ରୀନଗର- ଜାମ୍ମୁ-କାଶ୍ମୀର ବୁଡଗାମ ଜିଲ୍ଲାରେ କିଛି ଅଜ୍ଞାତ ଆତଙ୍କାବଦୀମାନେ ସିଆରପିଏଫ ଦଳ ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ଆହାତ ଯବାନଙ୍କ ହାତରୁ ରାଇଫଲ ଝଡାଇ ନେଇ ଘଟଣାସ୍ଥଳରୁ ପଳାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଏହି ଘଟଣା ଘଟିଥିଲା । ଆତଙ୍କାବଦୀମାନେ ହଠାତ ସିଆରପିଏଫଙ୍କ ଉପରକୁ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଫଳରେ ଜଣେ ସିଆରପିଏଫ ଅଧିକାରୀ ଆହାତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଆତଙ୍କବାଦୀ ମୋଟରସାଇକଲରେ ଆସିଥିଲେ ବୋଲି ଜଣେ ସୁରକ୍ଷାକର୍ମୀ କହିଛନ୍ତି । ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ କୌଣସି ସୂଚନା ମିଳିପାରି ନାହିଁ । ତାଙ୍କୁ ଧରିବା ପାଇଁ ସେହି ଅଂଚଳରେ ସଚ୍ଚର୍ତ ଅପରେସନ ଆରମ୍ଭ ହୋଇଛି ।

Comments (0)
Add Comment