ମାଟ୍ରିକ ମୂଲ୍ୟାୟନ ସିବିଏସ୍‌ଇ ଢାଞ୍ଚାରେ କରିବାକୁ ନିଷ୍ପତି


ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍‌ଇ ଢାଞ୍ଚାରେ କରିବାକୁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀରେ ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବା ତା’ ସହିତ ଦଶମ ଶ୍ରେଣୀର ପ୍ରି ଇଣ୍ଟରନାଲ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ । ଏଥିପାଇଁ ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ଆଜି ଅର୍ଥାତ ମେ’ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅନ୍ୟକ୍ଷରେ ବୋର୍ଡର ଏଭଳି ବିଜ୍ଞପ୍ତିକୁ ନେଇ ପ୍ରଶ୍ନ ଉଠାଇଛି ଓଡ଼ଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ । ସଂଘର ସାଂଦକ ପ୍ରକାଶ ମହାନ୍ତି କହିଛନ୍ତି , ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବୈଠକ ହେଲା । ତା’ ପରେ ସଂନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ କରାଗଲା । ୨୪ ଘଂଟା ମଧ୍ୟ ସମୟ ଦିଆଯାଇ ନାହିଁ । ଏତେ କମ୍ ସମୟ ଭିତରେ ତଥ୍ୟ ଦାଖଲ କରିବା ଅସମ୍ଭବ ତେଣୁ ଶିକ୍ଷକମାନଙ୍କୁ ସମୟ ଦିଆଯିବା ଦରକାର । କିନ୍ତୁ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଇବାରୁ ସରକାର ଶେଷରେ ଗତମାସରେ ଏହାକୁ ବନ୍ଦ କରି ଦେଇଥିଲେ । ଏପରିକି ପରୀକ୍ଷା ବାତିଲ କରିବା ଦାବିରେ ରାଜଧାନୀ ର କିଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ମଧ୍ୟ ଯାଇଥିଲେ ।

Comments (0)
Add Comment