ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଲେ ଦୁର୍ବୃତ


ଆନନ୍ଦପୁର- ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ । ଘରେ ଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଳଭି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ କଳି ଗାଁ ସ୍ଥିତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଜଞ୍ଜାଳି ଓ ବନମାଳି କିଛି ଦିନ ହେବ ରହୁଥିଲେ । ଜତକାଲି ଅଙ୍ଗନୱାଡି ନିକଟସ୍ଥ ଏକ ଦୋକାନରେ ଲୁଟେରା ମାନେ ପଶି ଲୁଟପାଟ କରିଥିଲେ । ଏହାକୁ ଜଞ୍ଜାଳି ଓ ବନମାଳି ଦେଖିଥିଲେ । ତେଣୁ ମା ଓ ପୁଅ ତାଙ୍କୁ ଚିହ୍ନି ଦେବା ଭୟରେ ଅଙ୍ଗନୱାଡି କେନ୍ଦ୍ରର ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ ।

Comments (0)
Add Comment