ଚୀନ୍: ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଏକ ଖବରକାଗଜ ଗ୍ଳୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି । ଏହି ଖବରକାଗଜକୁ ଚୀନ୍ ସରକାରଙ୍କ ମୁଖପାତ୍ର ବୋଲି ବିବେଚନା କରାଯାଏ । ଖବରକାଗଜ ଏକ ସମ୍ପାଦକୀୟ ଆର୍ଟିକିଲରେ କହିଛି ଯେ ତିଦ୍ଧତ ମାମଲାରେ ମୁଣ୍ଡ ପୁରାଇଲେ ଭାରତର କ୍ଷତି ହେବ । ଭାରତୀୟ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠାଯାଉଚି ଯେ ଚୀନ୍ ସହ ତିକ୍ତତା ସମୟରେ ଭାରତୀୟ ତିଦ୍ଧତ କାର୍ଡ ବ୍ୟବହାର ଦ୍ୱାରା ଉପକୃତ ହେବେ । ଏହା ଏକ ହଜିଯାଇଥିବା ଏବଂ ଅବୈଧ ଧାରଣା ଅଟେ ବୋଲି ଖବର କାଗଜ କହିଛି । ତିଦ୍ଧତ ଚୀନ୍ର ଏକ ଆଭ୍ୟନ୍ତରୀଣ ମାମଲା ଏହି ପ୍ରସଙ୍ଗକୁ ସ୍ପର୍ଶ କରିବା ଉଚିତ୍ ନୁହେଁ । ଗ୍ଳୋବାଲ ଟାଇମ୍ସ ତିଦ୍ଧତର ଅଗ୍ରଗତି ବିଷୟରେ ଲେଖିବା ସହ ‘ତଥାକଥିତ’ ତିଦ୍ଧତ କାର୍ଡ ଭାରତୀୟଙ୍କ କଳ୍ପନାର ଚିତ୍ର ଏବଂ ଏହା ବାସ୍ତବରେ କୈାଣସି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କହିଛି ।