ଚାଇନା ଠାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ଟିକଟକ୍

ନୂଆଦିଲ୍ଲୀ: ଭାରତ ୫୯ଟି ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଇବା ପରେ ଚୀନ୍ କମ୍ପାନୀଗୁଡିକୁ ବହୁ କ୍ଷତି ସହିବାକୁ ପଡୁଛି । କ୍ଷତି ହେତୁ ଟିକଟକ୍ ପ୍ୟାରେଂଟ୍ କମ୍ପାନୀ ବାଇଟ୍ ଡାନ୍ସ ଏହାର ମୁଖ୍ୟାଳୟକୁ ଚୀନ୍ ରୁ ହଟାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି । ସୂଚନାଅନୁସାରେ ଟିକଟକର ମୋଟ ବ୍ୟବହାରକାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଭାରତରେ ଅଛନ୍ତି । କମ୍ପାନୀ ଭାରତକୁ ନିଜର ସର୍ବୋଚ୍ଚ ଅଭିବୃଦ୍ଧି ଦେଶ ଭାବରେ ଦେଖୁଥିଲା , କିନ୍ତୁ ବାଇଟ୍ ଡାନ୍ସ ଏହି ନିଷେଧାଦେଶ ପରେ ହୋଇଥିବା କ୍ଷତି ପୂରଣ ପାଇଁ କମ୍ପାନୀକୁ ପୁନଃନିର୍ମାଣ କରିବାକୁ ଚିନ୍ତା କରୁଛି ।

Comments (0)
Add Comment