୩ ଲକ୍ଷ ଲୋକଙ୍କୁ ନାଗରିକତା ଦେବ ବ୍ରିଟେନ୍

ଲଣ୍ଡନ: ହଂକଂ ର ୩ ଲକ୍ଷ ଲୋକଙ୍କୁ ବ୍ରିଟେନ୍ ନାଗରିକତା ଦେବାପାଇଁ ବ୍ରିଟିଶ ସରକାର ବିଚାର କରୁଛନ୍ତି । ସଂସଦରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ୧୯୯୭ ମସିହାରେ ହଂକଂ ପ୍ରଶାସନିକ ଦାୟିତ୍ୱ ଚୀନ୍ ହାତରେ ଦେବା ପୂର୍ବରୁ ବ୍ରିଟେନ୍ ଚୀନ୍ ସହ ଏକ ଚୁକ୍ତି କରିଥିଲା । ହଂକଂ ଦୃଷ୍ଟିରେ ରଖି ଚୀନ୍ ‘ଏକ ଦେଶ, ଦୁଇ ବ୍ୟବସ୍ଥା’ ପ୍ରଚଳନ କରିବାକୁ ରାଜି ହୋଇଥିଲା । ବ୍ରିଟେନ୍ ସହ ହୋଇଥିବା ଚୁକ୍ତିର ଅବମାନନା କରି ଚୀନ୍ ହଂକଂ ଉପରେ ପୂରା କବ୍ଜା କରିବାକୁ ଚାହୁଁଚି । ଚୀନ୍ ଯଦି ଏଭଳି ପଦକ୍ଷେପ ଜାରି ରଖେ, ହଂକଂର ଲୋକଙ୍କୁ ବ୍ରିଟିଶ ସରକାର ନାଗରିକତା ପ୍ରଦାନ କରିବେ ।

Comments (0)
Add Comment