ରେଲୱେ ପକ୍ଷରୁ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ରେଲୱେ ପକ୍ଷରୁ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । କୈାଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ କିମ୍ବା ନିଯୁକ୍ତି ହ୍ରାସ ହେବ ନାହିଁ ବୋଲି କହିଛନ୍ତିି ରେଳବାଇ ଡିଜି ଆନନ୍ଦ ଏସ ଖାତି । କିଛି କର୍ମଚାରୀଙ୍କ ଚାକିରି ପ୍ରୋଫାଇଲ୍ ଆଗାମୀ ସମୟରେ ପରିବର୍ତନ କରାଯାଇପାରେ । ଟ୍ରେନ୍ ଚଳାଚଳ ଏବଂ ରକ୍ଷାଣବେକ୍ଷଣ ପାଇଁ ଆବଶ୍ୟକ ସୁରକ୍ଷା ବର୍ଗର ଚାକିରିକୁ କଟାଯିବ ନାହିିଁଁ ବୋଲି ସୂଚନା ଦେଇଛନ୍ତି । ଆନନ୍ଦ ଏସ୍ ଖାତି କହିଛନ୍ତି ଯେ ଅଣ-ନିରାପତା ପଦବୀ ସମର୍ପଣ କରିବା ଦ୍ୱାରା ରେଳ ଭିତିଭୂମିର ନୂତନ ପ୍ରକଳ୍ପ ପାଇଁ ଅଧିକ ସୁରକ୍ଷା ପଦବୀ ପାଇବାରେ ସହାୟକ ହେବ । ରେଳବାଇରେ ବର୍ତମାନ ୧୨,୧୮,୩୩୫ କର୍ମଚାରୀ ଅଛନ୍ତି । ଆୟର ୬୫ ପ୍ରତିସତ ଦରମା ପେନ୍ସନ୍ ପ୍ରଦାନରେ ଖର୍ଚ୍ଚ କରାଯାଉଛି । ୨୦୧୮ ପରଠାରୁ ରେଳବାଇ ସୁରକ୍ଷା ବର୍ଗରେ ୭୨,୨୭୪ପଦବୀ ଏବଂ ଅଣ-ସୁରକ୍ଷା ବର୍ଗରେ ୬୮,୩୬୬ ପଦବୀ ଖାଲି କରିଛି ।

Comments (0)
Add Comment