ନୂଆଦିଲ୍ଲୀ- ଆଜିଠାରୁ ଦେଶରେ ଅନଲକ-୫ କାର୍ଯ୍ୟକାରୀ ହେବ । ସେଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଅନଲାକ -୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । କଂଟେନମେଂଟ ଜୋନରେ ହେବାକୁ ଥିବା ସାମଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡା କାର୍ଯ୍ୟକ୍ରମରେ ୫୦ ପରିବର୍ତେ ଏଣିକି ୧୦୦ ଲୋକ ଯୋଗ ଦେଇପାରିବେ । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି । ଆସନ୍ତା ୧୫ ତାରିଖରୁ ୫୦% ଲୋକଙ୍କୁ ନେଇ ସିନେମା ହଲଗୁଡିକ ଚାଲିବ ଓ ପ୍ରମୋଦ ଉଦ୍ୟାନ ଖୋଲିବ । ସେହିପରି ଖେଳାଳିଙ୍କ ଟ୍ରେନିଂ ଲାଗି ଖୋଲିବ ସୁଇମିଂ ପୁଲ । ଏଥିପାଇଁ ଯୁବ ଓ କ୍ରୀଡା ମନ୍ତ୍ରାଳୟ ଏସଓପି ଜାରି କରିବେ । ବ୍ୟବସାୟିକ ପ୍ରଦର୍ଶନୀ ଖୋଲିବାକୁ ଅନୁମତି ମଧ୍ୟ ମିଳିଛି । ତେଣୁ ଏଥିପାଇଁ ବାଣିଜ୍ୟ ବିଭାଗ ଏସଓପି ଜାରି କରିବେ ।