ନୂଆଦିଲ୍ଲୀ- ଆଇଏସ ଅଫିସର ଉପେନ୍ଦ୍ର ସିଂ ହେଲେ ପିଇବା ପାଣି ଓ ସ୍ୱଛତାର ଅତିରିକ୍ତ ସଚିବ । ସିଂ ବର୍ତମାନ ଜଳଉତ୍ସ , ନଦୀର ଉନ୍ନତି ଓ ଗଙ୍ଗାନଦୀର ଉନ୍ନତି କରଣ ବିଭାଗର ସଚିବ ଅଛନ୍ତି । କ୍ୟାବିନେଟ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପେନ୍ଦ୍ର ସିଂକୁ ପିଇବା ପାଣି ଓ ସ୍ୱଛତାର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ସିଂ ହେଉଛନ୍ତି ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ଆଇଏଏସ ଅଫିସର ।