୨୫ରେ ଛଡାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ

ସମ୍ବଲପୁର- ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖରେ ହୀରାକୁଦ ଡ୍ୟାମରୁ ଛଡାଯିବ । ଏନେଇ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି । ଡ୍ୟାମ କର୍ତୃପକ୍ଷ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଛତିଶଗଡ ଅଂଚଳରେ ଅଧିକ ବର୍ଷା ହୋଇଥିବାରୁ ଡ୍ୟାମ ମଧ୍ୟରେ ଜଳ ପରିମାଣ ବୃଦ୍ଧି ପାଇଛି । ତେଣୁ ଜଳ ପତନ ବଢିବା କାରଣରୁ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ନିଷ୍ପତି ନିଆଯାଇଛି । ତେବେ କେତୋଟି ଗେଟ୍ ଖୋଲିବ ତାହା ସ୍ଥିର ହୋଇ ନାହିଁ ।

Comments (0)
Add Comment