ସଟଡାଉନରେ ହୋଇପାରିବ ଯୁକ୍ତ ଦୁଇ ଖାତା ଦେଖା


ଭୁବନେଶ୍ୱର- କୋଭିଡ-୧୯ ପାଇଁ କ୍ରମାଗତ ଭାବେ ଯୁକ୍ତ ଦୁଇ ଖାତା ଦେଖାରେ ବିଭ୍ରାନ୍ତ ଦେଖାଦେଇଛି । ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାପ୍ତାହିକ ସଟଡାଉନରେ ଖାତା ମୂଲ୍ୟାଙ୍କନ ହୋଇପାରିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଜୁନ ୧ ତାରିଖରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବା ସ୍ୱତେ ସଟଡାଉନ ଯୋଗୁଁ ଖାତା ଦେଖା ବିଳମ୍ବ ହୋଉଛି । ତେଣୁ ଖାତା ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ଜିଲ୍ଲାପାଳ ଓ କଟକ ଭୁବନେଶ୍ୱର ଏସିପି ଓ ଡିସିପିଙ୍କ ଠାରୁ ପରମିଟ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ରୋଡ ପରମିଟ ଓ ଆଇକାର୍ଡ ଦେଖାଇ ସେମାନେ ମୂଲ୍ୟାଙ୍କନ କେନ୍ଦ୍ରକୁ ଯାଇପାରିବେ ।

Comments (0)
Add Comment