ରାଜ୍ୟରେ ପ୍ଲାଜମା ଥେରାପି

ଭୁବନେଶ୍ୱର- ଆସନ୍ତା କାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଆରମ୍ଭ ହେବ ଏହି ପ୍ରକ୍ରିୟା । କଟକ ଏସିବି ମେଡିକାଲ କଲେକୁ ପ୍ଳାଜମା ଥେରାପି ନୋଡାଲ ସେଂଟର କରାଯିବ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟର ୫ ଜିଲ୍ଲା ଗଂଜାମ, କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହି ସବୁ ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

Comments (0)
Add Comment