ପ୍ରତିବର୍ଷ ଅଗଷ୍ଟ ୨୬ ତାରିଖରେ ପାଳନ କରାଯାଉଛି ମହିଳା ସମାନତା ଦିବସ ବା ଇଂରାଜୀରେ ୱିମେନ୍ସ ଇକ୍ୱାଲିଟି ଡେ । ଏହି ଦିବସ ପାଳନ ଯୁକ୍ତରାଷ୍ଟ ଆମେରିକାରୁ ଆରମ୍ଭ ହୋଇଥିଲା । ଏଠାରେ ମହିଳା ମାନଙ୍କୁ ସମାନତା ମୁଖ୍ୟତଃ ଭୋଟ ଦେବା ଅଧିକାରକୁ ବୁଝାଏ । ୧୯୨୦ ଅଗଷ୍ଟ ଏହି ଦିନରେ ମାର୍କିନ ମହିଳାଙ୍କୁ ଗୋଟ ଦେବାର ଅଧିକାର ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ, ସ୍ୱିଡେନ୍ ହେଉଛି ପ୍ରଥମ ଇଉରୋପୀୟ ରାଷ୍ଟ୍ର ଯେଉଁଠି ମହିଳାମାନଙ୍କୁ ପ୍ରଥମେ ଭୋଟ ଦେବା ଅଧିକାର ମିଳିଥିଲା । ତାହା ଅଷ୍ଟାଦଶ ଶତାବ୍ଦୀର ଐତିହାସିକ ଘଟଣା । ଇଂଲଣ୍ଡ, ଫ୍ରାନ୍ସ, ଅଷ୍ଟ୍ରିୟା, ଜର୍ମାନି, ସ୍ପେନ୍, ଋଷିଆ, ନେଦରଲାଣ୍ଡ, ସ୍ୱିଜରଲାଣ୍ଡ ଆଦି ଅଧିକାଂଶ ବିକଶିତ ଇଉରୋପିୟ ରାଷ୍ଟ୍ରରେ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ମହିଳାଙ୍କୁ ଭୋଟ ଅଧିକାର ମିଳିଥିଲା ।